ଭୁବନେଶ୍ବର,ଏନ୍ଏନ୍ଏସ୍: ପୌର ନିର୍ବାଚନ ନେଇ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ତିନି ମହାନଗର ନିଗମ ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ସଂରକ୍ଷଣ ତାଲିକା। ମେୟର ପଦ ସଂରକ୍ଷଣ ସହ ବ୍ରହ୍ମପୁର, କଟକ ଓ ଭୁବନେଶ୍ବର ମହାନଗର ନିଗମର ବିଭିନ୍ନ ୱାର୍ଡ ସୀମା ନିର୍ଦ୍ଧାରଣ କରାଯାଇଛି।
ବ୍ରହ୍ମପୁରରୁ ମୋଟ୍ ୪୨ଟି ୱାର୍ଡରୁ ୨୩ଟି ୱାର୍ଡ ସଂରକ୍ଷିତ ରହିଥିବାବେଳେ କଟକରେ ମୋଟ୍ ୫୯ଟି ୱାର୍ଡରୁ ୩୩ଟି ୱାର୍ଡ ଏବଂ ଭୁବନେଶ୍ବରର ୬୭ଟି ୱାର୍ଡରୁ ୩୮ଟି ସଂରକ୍ଷିତ ରଖାଯାଇଛି। ଭୁବନେଶ୍ବର ମହାନଗର ନିଗମ ମେୟର ପଦ ମହିଳା ପାଇଁ ସଂରକ୍ଷିତ ରହିଛି। ସେହିପରି ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି। କଟକ ମହାନଗର ନିଗମ ମେୟର ପଦ ଅଣସଂରକ୍ଷିତ ରହିଛି।