କାଲିଠୁ ରାଜ୍ୟରେ ବଢିବ ଶୀତ, ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ରାଜ୍ୟ By Nitidin Last updated Jan 27, 2022 Share ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ଅନୁଭୂତ ହେବ ଶୀତ। ଆସନ୍ତାକାଲି(ଶୁକ୍ରବାର) ଠାରୁ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତାକାଲି ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ ଓ ଗଞ୍ଜାମରେ ହାଲୁକା କୁହୁଡି ହେବା ନେଇ ସମ୍ଭାବନା ରହିଛି। ତେବେ ଆସନ୍ତା ୪ ରୁ ୫ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ। ଦୁଇ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଆସନ୍ତାକାଲି (ଶୁକ୍ରବାର) ୬ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସୋନପୁର, ବରଗଡ ଓ ବଲାଙ୍ଗୀରରେ ଶୀତ ଲହରୀ ପ୍ରବାହିତ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩୧ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏପରି ଶୀତ ଲହରୀ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। Share