ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୨୪୪ ଜଣ ଆକ୍ରାନ୍ତ ସୁସ୍ଥ; ସକ୍ରିୟ ସଂକ୍ରମଣ ସଂଖ୍ୟା ୭୭,୩୪୦

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇବା ମଧ୍ୟରେ ଆଜି ଓଡ଼ିଶାରେ ୧୦ ହଜାର ୨୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୧୧ ଲକ୍ଷ ୪୨ ହଜାର ୧୬୧ ରେ ପହଁଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଦତ୍ତଃ ସୂଚନା ମୁତାବକ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩,୩୮୦ ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ସୁନ୍ଦରଗଡ଼ ଜିଲ୍ଲାରୁ ୧,୨୧୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୯୧୫, ସମ୍ବଲପୁରରୁ ୩୯୦, ଝାରସୁଗୁଡ଼ାରୁ ୯୬, ମୟୂରଞ୍ଜରୁ ୧୭୪, ସୁବର୍ଣ୍ଣପୁରରୁ ୧୦୮, ଯାଜପୁରରୁ ୧୭୯, ପୁରୀରୁ ୧୯୮, ଦେବଗଡ଼ରୁ ୫୩, ଅନୁଗୁଳ ୧୮୮, ବଲେଶ୍ୱରରୁ ୩୨୩ ଜଣ, ଢେଙ୍କାନାଳରୁ ୧୬୮, ଜଗତସିଂହପୁର ୧୬୧, ନବରଙ୍ଗପୁରରୁ ୧୪୯ ଜଣ, ରାୟଗଡ଼ାରୁ ୧୮୨, କନ୍ଧମାଳରୁ ୭୬, ଗଂଜାମ ୯୧, ନୟାଗଡ଼ରୁ ୨୧୭, ବରଗଡ଼ ୧୪୫, ବଲାଙ୍ଗୀରରୁ ୨୫୩, କେନ୍ଦ୍ରାପଡ଼ାରୁ ୧୦୫, ଗଜପତିରୁ ୮୫, ଭଦ୍ରକରୁ ୯୧, କଳାହାଣ୍ଡିରୁ ୧୬୩ ଓ ଷ୍ଟେଟ୍‌ପୁଲ୍‌ରୁ ୭୩୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ଓଡ଼ିଶାରେ ସଂକ୍ରମଣ ସାମନ୍ୟ କମିଥିବା ବେଳେ ସଂକ୍ରମଣ ମଧ୍ୟରେ ଆଜି ୫୮୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏଥି ସହିତ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୭ ହଜାର ୩୪୦ ରେ ପହଁଞ୍ଚିଛି। ଏଥି ମଧ୍ୟରୁ ୮୫୨ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୧୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୨୪୭୮ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିଲେ । ଏହା ସହିତ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨,୧୭,୮୪୨ ରେ ପହଁଞ୍ଚିଛି।