ମକର ଓ ପୋଙ୍ଗଲକୁ ନା’

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ କଟକଣା ଜାରି କରାଯାଇଛି। ନଦୀ ଘାଟ, ପୁଷ୍କରିଣୀ ଓ ସମୁଦ୍ର ତଟରେ ବୁଡ଼ ପକାଇବାକୁ ବାରଣ କରାଯାଇଛି। ମକର ମେଳାରେ ଉତ୍ସବ ପାଳିବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ମକର ଓ ପୋଙ୍ଗଲରେ ସର୍ବସାଧାରଣଙ୍କୁ ଧର୍ମାନୁଷ୍ଠାନରେ ପୂଜା କରିବାକୁ ମନା କରାଯାଇଛି। ଧର୍ମାନୁଷ୍ଠାନରେ କେବଳ ରୀତିନୀତି କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଏଥିସହିତ ଘର ଭିତରେ ପରିବାର ସହ ମକର ଓ ପୋଙ୍ଗଲ ପାଳିବାକୁ ପରାମର୍ଶ ଦିଆଯାଇଛି।