ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ଟିମର ଦ୍ରୁତ ବୋଲର ଶାର୍ଦୁଲ ଠାକୁର ଏକ ଖାସ୍ ରେକର୍ଡ ନିଜ ନାଁରେ କରିଛନ୍ତି। ଶାର୍ଦୁଲ ୫ ୱିକେଟ ନେଇ ଭାରତକୁ ବିପଦରୁ କାଢ଼ିଛନ୍ତି । ଏଥିସହିତ ଟେଷ୍ଟ ମ୍ୟାଚର ଗୋଟିଏ ପାଳିରେ ୫ଟି ୱିକେଟ ନେଇଥିବା ଷଷ୍ଠ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଶାର୍ଦୁଲଙ୍କ ପୂର୍ବରୁ ଭାରତୀୟ ଖେଳାଳି ମହମ୍ମଦ ସାମି, ଜସପ୍ରୀତ ବୁମରାହ ଓ ଅନିଲ କୁମ୍ବଲେ ଏହି ରେକର୍ଡ ନିଜ ନାଁରେ କରିବାରେ ସଫଳ ହୋଇଛନ୍ତି।
ସୂଚନାଯୋଗ୍ୟ, ଜୋହାନସବର୍ଗରେ ଭାରତୀୟ ଟିମ୍ ପ୍ରଥମ ପାଳିରେ ୨୦୨ ରନରେ ଅଲଆଉଟ ହୋଇଯାଇଥିଲା। ପରେ ଦକ୍ଷିଣ ଆଫ୍ରିକାର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଦିନରେ ପୀଟରସନ ଓ ଡୀନ ଏଲଗରଙ୍କ ମଧ୍ୟରେ ଜବରଦସ୍ତ ପାର୍ଟନରସିପ ଦେଖିବାକୁ ମିଳିଥିଲା। ଏହି ପାର୍ଟନରସିପକୁ ଭାଙ୍ଗିବା ପାଇଁ ଅଧିନାୟକ କେଏଲ୍ ରାହୁଲ ବୋଲିଂ ଦାୟିତ୍ୱ ଶାର୍ଦୁଲଙ୍କୁ ଦେଇଥିଲେ। ପରେ ଶାର୍ଦୁଲ ଗୋଟିଏ ପରେ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ।