ଖୋଲିଲା ସ୍କୁଲ, କ୍ଲାସରୁମରେ ପାଠ ପଢିଲେ ନବମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠାରୁ କ୍ଲାସରେ ବସି ପାଠ ପଢିଲେ ନବମ ଶ୍ରେଣୀ ଛାତ୍ରଛାତ୍ରୀ। ଏନେଇ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିଛନ୍ତି ଛାତ୍ରଛାତ୍ରୀ। ମହାମାରୀ ସମୟରେ କୋଭିଡ କଟକଣା ମଧ୍ୟରେ ଖୋଲାଯାଇଛି ସ୍କୁଲ। ମାସ୍କ ଓ ସାନିଟାଇଜ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରି ଛାତ୍ରଛାତ୍ରୀ ମାନେ କ୍ଳାସରେ ବସିବେ।

ନବମ ଶ୍ରେଣୀ କ୍ଳାସ ସକାଳ ୯ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ହେବ। ଦଶମ ଶ୍ରେଣୀ କ୍ଳାସ ସକାଳ ୧୦ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିବ। ଦଶମ ଓ ନବମ ଶ୍ରେଣୀ ପିଲାଙ୍କ ପାଇଁ ଅଲଗା ଅଲଗା କ୍ଳାସ ରୁମର ବ୍ୟବସ୍ଥା କରାଯାଇଛି। ପିଲାମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯିବ। ସେମାନଙ୍କୁ ଆଇସୋଲେସନରେ ରଖାଯିବା ପାଇଁ ବ୍ୟବସ୍ଥା ହୋଇଛି।