ଖସୁଛି କରୋନା ଗ୍ରାଫ, ୨୪ ଘଣ୍ଟାରେ ବାହାରିଲେ ୮୮୭ କରୋନା ପଜିଟିଭ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୁଲାଇ ପରେ ଅଗଷ୍ଟ ବି ଆଣିଦେଉଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେଧୀରେ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୫୧୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୭୨ ଜଣ ଲୋକାଲରୁ ଚିହ୍ନଟ ହୋଇଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୩୧ଜଣ ପଜିଟିଭ ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୫୬ ଜଣ, ବରଗଡ଼ ଜିଲ୍ଲାରୁ ୯ ଜଣ, ଭଦ୍ରକ ଜିଲ୍ଲାରୁ ୯ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୧୧୯ ଜଣ, ଦେବଗଡ଼ ଜିଲ୍ଲାରୁ ୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୬ ଜଣ, ଗଜପତି ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୭ ଜଣ, ଯାଜପୁର ଜିଲ୍ଲାରୁ ୪୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫ ଜଣ, କେନ୍ଦୁଝର ଜିଲ୍ଲାରୁ ୧୯ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୨୩ ଜଣ, କୋରାପୁଟ ଜିଲ୍ଲାରୁ ୪ ଜଣ, ମାଲକାନଗିରି ଜିଲ୍ଲାରୁ ୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୩୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ ଜଣ, ନୟାଗଡ଼ ଜିଲ୍ଲାରୁ ୧୧ ଜଣ, ନୂଆପଡ଼ା ଜିଲ୍ଲାରୁ ୩ ଜଣ, ପୁରୀ ଜିଲ୍ଲାରୁ ୩୯ ଜଣ, ରାୟଗଡ଼ା ଜିଲ୍ଲାରୁ ୨ ଜଣ, ସମ୍ବଲପୁର ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭ ଜଣ ଏବଂ ଷ୍ଟେଟପୁଲରୁ ୬୯ ଜଣ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୦୩ ହଜାର ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେଥି ମଧ୍ୟରୁ ୮ ହଜାର ୨୨୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୮୭ ହଜାର ୩୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।