ରାଜଧାନୀରେ ୮୭୧ ଆକ୍ରାନ୍ତ: ୧୦୭୩ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଆଜି ୮୭୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୨ଜଣ ଓ ସ୍ଥାନୀୟ ସଂକ୍ରମଣ ୬୮୯ଜଣ ରହିଛନ୍ତି। ଅନ୍ୟପଟେ ୧,୦୭୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ହଜାର ୯୭୨ ହୋଇଥିବାବେଳେ ୬୧ହଜାର ୯୭୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩୩୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୧ହଜାର ୬୪୧ଜଣ ଚିକିତ୍ସିତ ହେଉଛନ୍ତି।