ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୮୬ ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୮୬ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୪୦୮ରେ ପହଞ୍ଚିଛି।

ତେବେ ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ୧୬ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ, ସମ୍ବଲପୁରରୁ ୧୨ ଜଣ, ଖୋର୍ଦ୍ଧାରୁ ୮ ଜଣ ରହିଛନ୍ତି।

ଏଥିସହିତ ରାଜ୍ୟରେ ବର୍ତ୍ତମାନ ୬୧୪ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଆଜି ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୭୩ ହଜାର ୯୯୨କୁ ବୃଦ୍ଧି ପାଇଛି। ସେହିପରି କରୋନାରେ ଆଜି କୌଣସି ପ୍ରାଣହାନି ହୋଇନଥିବା ବେଳେ ୧୯୧୭ ଜଣଙ୍କ ମୃତ୍ୟୁ ହୋଇଛି।