ଏଥର ଦୈନିକ ୩.୫ ଲକ୍ଷ ଟିକାକରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଟିକାକରଣକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଫଳରେ ସେପ୍ଟେମ୍ବରରୁ ଦୈନିକ ୩.୫ ଲକ୍ଷ ଲୋକଙ୍କୁ ଟିକାକରଣ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ସମଗ୍ର ରାଜ୍ୟବାସୀଙ୍କୁ ଟିକାକରଣ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।