ରାଜ୍ୟରେ ଆଉ ୮୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ କିଛିଦିନ ହେବ ଦୈନିକ କରୋନା ସଂକ୍ରମଣ ବଢ଼ିବାକୁ ଲାଗିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୮ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୩୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏଥିସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୩୮ ହଜାର ୪୦୫କୁ ବୃଦ୍ଧି ହୋଇଛି।

ସୂଚନା ଅନୁସାରେ ଏହି ସଂକ୍ରମିତଙ୍କ ମଧ୍ୟରେ ମୟୂରଭଞ୍ଜରୁ ସର୍ବାଧିକ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୯୬ରେ ପହଞ୍ଚିଥିବା ବେଳେ ୬୩୮ ଜଣ ସକ୍ରିୟ ଅଛନ୍ତି। ସେହିପରି ୧୯୧୮ ଜଣଙ୍କ ମୃତ୍ୟୁ ହୋଇଛି।