ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌, ଆଉ ୬୮ ମୁଣ୍ଡ ନେଲା କରୋନା

ଭୁୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଲାଗିପାରୁନି ବ୍ରେକ। ଗତ ୨୪ ଘଣ୍ଟାରେ ଆଉ ୬୮ ଜଣଙ୍କ ମୁଣ୍ଡ ନେଲା କରୋନା ମହାମାରୀ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୪୨୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ କଟକରୁ ୧୭, ଜଗତସିଂହପୁରରୁ ୧୫, ଢେଙ୍କାନାଳରୁ ୯, ଖୋର୍ଦ୍ଧାରୁ ୮, ଯାଜପୁରରୁ ୬, କେନ୍ଦ୍ରାପଡାରୁ ୪, ବାଲେଶ୍ୱରରୁ ୩, ପୁରୀରୁ ୨ ଜଣ ରହିଛନ୍ତି। ସେହିପରି ଭଦ୍ରକ, ଝାରସୁଗୁଡା, କେନ୍ଦୁଝର, ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।