ଭୁବନେଶ୍ୱରରେ ୭୫ କରୋନାରେ ସଂକ୍ରମିତ: ୧୪୨ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆଜି ୭୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪ଜଣ ଓ ସ୍ଥାନୀୟ ସଂକ୍ରମଣ ୬୧ଜଣ ରହିଛନ୍ତି। ଅନ୍ୟପଟେ ୧୪୨ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୪୫୪ ହୋଇଥିବାବେଳେ ୨୮ ହଜାର ୧୮୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୭୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୮୧ ଜଣ ଚିକିତ୍ସିତ ହେଉଛନ୍ତି।