ଅଭିନେତା ଫରାଜ ଖାନଙ୍କ ପରଲୋକ

ମୁମ୍ବାଇ : ଗତ କିଛିଦିନ ହେବ ଜୀବନ ଓ ମୃତ୍ୟୁ ସହ ଲଢ଼ୁଥିବା ବଲିଉଡ ଅଭିନେତା ଫରାଜ ଖାନ୍ ଶେଷରେ ହାରି ଯାଇଛନ୍ତି। ମସ୍ତିଷ୍କ ସଂକ୍ରମଣ ହେବାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଫରାଜଙ୍କ ମୃତ୍ୟୁ ସମ୍ପର୍କରେ ଫିଲ୍ମ ନିର୍ମାତା ପୂଜା ଭଟ୍ଟ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଫରାଜଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ତାଙ୍କ ଭାଇ ଫହମାନ ଖାନ୍ ସୂଚନା ଦେବାସହ ଆର୍ଥିକ ସହାୟତା ଲୋଡ଼ିଥିଲେ। ପରେ ଅଭିନେତା ସଲମାନ ଖାନ୍ ସାହାଯ୍ୟର ହାତ ବଢ଼ାଇ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ। ଫରାଜ ସୁପରହିଟ୍ ଫିଲ୍ମ ‘ଫରେବ’ ଓ ‘ମେହେନ୍ଦି’ରେ ଅଭିନୟ କରଛନ୍ତି।