ରାଜ୍ୟରେ ୭୫ ନୂଆ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩, ୩୬, ୩୯୬କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୭୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୬ଜଣ ଓ ସ୍ଥାନୀୟ ସଂକ୍ରମଣ ୨୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୩୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୧୧, ବରଗଡ଼ ଓ ସମ୍ବଲପୁରରୁ ୯ ଲେଖାଏଁ, ଅନୁଗୁଳରୁ ୮, କେଉଁଝରରୁ ୭, ରାୟଗଡ଼ାରୁ ୫, ବାଲେଶ୍ୱର ଓ ବଲାଙ୍ଗିରରୁ ୪ ଲେଖାଏଁ, ଯାଜପୁର, ଝାରସୁଗୁଡ଼ା ଓ ମୟୁରଭଞ୍ଜରୁ ୩ ଲେଖାଏଁ, ଖୋର୍ଦ୍ଧା, ନୂଆପଡ଼ା ଓ ପୁରୀରୁ ୨ ଲେଖାଏଁ, ଦେଓଗଡ଼, ଗଞ୍ଜାମ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୦ଲକ୍ଷ ୮୧ହଜାର ୩୭୫ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୬ହଜାର ୩୯୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୩ହଜାର ୭୦୦ ଜଣ ସୁସ୍ଥ ହୋଇଛନ୍ତି, ୧୯୧୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୩୨ ଜଣ ଚିକିତ୍ସିତ ହେଉଛନ୍ତି।