୨୪ ଘଣ୍ଟାରେ ୭,୨୧୬ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପୁଣି ୭,୨୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୦୪୧ଜଣ ଓ ସ୍ଥାନୀୟ ସଂକ୍ରମଣ ୩,୧୭୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୩୯ହଜାର ୯୫୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୦୯୧, ଖୋର୍ଦ୍ଧାରୁ ୮୦୯, କେନ୍ଦ୍ରାପଡ଼ାରୁ ୪୮୭, ଢେଙ୍କାନାଳରୁ ୪୨୮, ଅନୁଗୁଳରୁ ୪୦୯, ବରଗଡ଼ରୁ ୩୩୧, ଭଦ୍ରକ ଓ ରାୟଗଡ଼ାରୁ ୨୪୬ ଲେଖାଏଁ, ନବରଙ୍ଗପୁରରୁ ୨୪୨, ଯାଜପୁର ଓ ସମ୍ବଲପୁରରୁ ୨୪୧ ଲେଖାଏଁ, କୋରାପୁଟରୁ ୨୨୦, ବାଲେଶ୍ୱରରୁ ୨୧୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୮୪ଜଣ ରହିଛନ୍ତି। ସେହିପରି ଜଗତସିଂହପୁରରୁ ୧୮୩, ନୟାଗଡ଼ରୁ ୧୬୪,ଗଞ୍ଜାମ ଓ କଳାହାଣ୍ଡିରୁ ୧୫୦ ଲେଖାଏଁ, ବୌଦ୍ଧରୁ ୧୪୮, ଷ୍ଟେଟପୋଲରୁ ୧୪୬, ମାଲକାନଗିରିରୁ ୧୩୫, ବଲାଙ୍ଗିରରୁ ୧୧୫, ପୁରୀରୁ ୧୧୦, କନ୍ଧମାଳରୁ ୧୦୧, ସୋନପୁରରୁ ୭୪, କେଉଁଝରରୁ ୭୨, ଦେଓଗଡ଼ରୁ ୬୮, ଝାରସୁଗୁଡ଼ାରୁ ୬୪, ନୂଆପଡ଼ାରୁ ୬୬, ଗଜପତିରୁ ୩୮ ଓ ମୟୁରଭଞ୍ଜ ଜିଲ୍ଲାରୁ ୨୭ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୩୯ହଜାର ୯୫୫ ହୋଇଥିବାବେଳେ ୬ଲକ୍ଷ ୩୫ହଜାର ୧୭୯ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୬୫୧ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଲକ୍ଷ ୨ହଜାର ୭୨ଜଣ ଚିକିତ୍ସିତ ହେଉଛନ୍ତି।