କରୋନାରେ ଆଖି ବୁଜିଲେ ଆଉ ୩୩: ସଂଖ୍ୟା ୨,୬୫୧କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୨,୬୫୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୫, ସୁନ୍ଦରଗଡ଼ରୁ ୪, କଳାହାଣ୍ଡି, କେଉଁଝର, ବୌଦ୍ଧ ଓ ଭୁବନେଶ୍ୱରରୁ ୩ ଲେଖାଏଁ, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, ଗଜପତି ଓ ଝାରସୁଗୁଡ଼ାରୁ ୨ଲେଖାଏଁ, ଢେଙ୍କାନାଳ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।