ରାଜ୍ୟରେ ଆଉ ୭୨୦ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୭୨୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୨୧ଜଣ ଓ ସ୍ଥାନୀୟ ସଂକ୍ରମଣ ୨୯୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୬ହଜାର ୧୫୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୭୯, କଟକରୁ ୯୧, ଷ୍ଟେଟପୋଲରୁ ୬୦, ଜଗତସିଂହପୁରରୁ ୩୩, ମୟୁରଭଞ୍ଜରୁ ୨୯, ଯାଜପୁରରୁ ୨୮, ଭଦ୍ରକରୁ ୨୨, ବାଲେଶ୍ୱରରୁ ୧୯, ନୟାଗଡ଼ରୁ ୧୮, ପୁରୀରୁ ୧୬, ଅନୁଗୁଳ ଓ ଢେଙ୍କାନାଳରୁ ୧୫ ଲେଖାଏଁ ଓ କେନ୍ଦ୍ରାପଡ଼ାରୁ ୧୨ଜଣ ରହିଛନ୍ତି। ସେହିପରି କେଉଁଝର ଓ ସୁନ୍ଦରଗଡ଼ରୁ ୧୧ ଲେଖାଏଁ, କନ୍ଧମାଳରୁ ୯, ରାୟଗଡ଼ାରୁ ୮, ସମ୍ବଲପୁରରୁ ୬, କଳାହାଣ୍ଡି, ଦେଓଗଡ଼ ଓ ଗଞ୍ଜାମରୁ ୫ ଲେଖାଏଁ, ବଲାଙ୍ଗିର ଓ ମାଲକାନଗିରିରୁ ୪ ଲେଖାଏଁ, ସୋନପୁର, ଝାରସୁଗୁଡ଼ା ଓ କୋରାପୁଟରୁ ୩ ଲେଖାଏଁ, ବରଗଡ଼ ଓ ନୂଆପଡ଼ାରୁ ୨ଲେଖାଏଁ, ବୌଦ୍ଧ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୬ହଜାର ୧୫୩ ହୋଇଥିବାବେଳେ ୯ଲକ୍ଷ ୭୯ହଜାର ୪୦୭ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭,୦୨୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୯ହଜାର ୬୭୨ଜଣ ଚିକିତ୍ସିତ ହେଉଛନ୍ତି।