+୩ ନାମଲେଖା ପାଇଁ ୨୦ରୁ ଆବେଦନ

କଟକ,ଏନ୍ଏନ୍ଏସ୍: ଯୁକ୍ତ ୩ ନାମ ଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ତାରିଖ ଯାଏଁ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ। ସେପ୍ଟେମ୍ବର ୯ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର ୯ରୁ ୧୪ ଯାଏଁ ସାମସ ପୋର୍ଟାଲରେ ଅନଲାଇନ ଫି’ ଦାଖଲ କରାଯିବ। ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।