ଲଢୁଆ ବିମାନ ମାଧ୍ୟମରେ ଆଫଗାନିସ୍ତାନରୁ ୭୦୦୦ ଆମେରିକୀୟ ନାଗରିକ ଉଦ୍ଧାର

ୱାଶିଂଟନ,ଏଜେନ୍ସି: ଆଫଗାନିସ୍ତାନରେ ତାଲିବାନୀ ସଂକଟ ଦେଖାଯାଇଛି। ଏହା ପରେ ଏବେ ଆମେରିକାରେ ମଧ୍ୟରେ ଏହି ପ୍ରସଙ୍ଗ ଉଠିଛି। କୁହାଯାଉଛି ଯେ, ବିପଦ ସମୟରେ ଏକ ମହାଶକ୍ତି ଅନ୍ୟ ଦେଶକୁ ଛାଡ଼ିଦେଇଛି। ଏବେ ଆଫଗାନିସ୍ତାନରେ ଏଭଳି ସ୍ଥିତି ଦେଖି ପ୍ରତ୍ୟେକ ଦେଶ ନିଜର ନାଗରିକଙ୍କୁ ଉଦ୍ଧାର କରିବାରେ ବ୍ୟସ୍ତ ଅଛନ୍ତି। ଏହି ଉଦ୍ଧାର କାମରେ ଆମେରିକାର ଲଢୁଆ ବିମାନ ମଧ୍ୟ ସକ୍ରିୟ ଭୂମିକା ତୁଲାଇଛି।

ଆମେରିକା ସେନାର ମେଜର ଜେନେରାଲ ୱିଲିୟମ ହ୍ୟାକ୍ ଟେଲର କହିଛନ୍ତି ଯେ, ଏପର୍ଯ୍ୟନ୍ତ ୭୦୦୦ ଲୋକଙ୍କୁ ଆଫଗାନିସ୍ତାନରୁ ସଫଳତାପୂର୍ବକ ଉଦ୍ଧାର କରାଯାଇଛି। ଏହି କାମରେ ଆମେରିକାର ଏଫ-୧୮ ଜେଟ ଲାଗିଛି ଏବଂ ଲଗାତାର ଉଦ୍ଧାର କାମକୁ ତୀବ୍ର କରିଦିଆଯାଇଛି। ଏବେ କାବୁଲ ବିମାନବନ୍ଦର ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ବିମାନ ଚଳପ୍ରଚଳ କରିପାରିବ। ବିଭିନ୍ନ ଦେଶର ବିମାନ ଏବେ କାବୁଲ ବିମାନବନ୍ଦରରେ ପହଞ୍ଚୁଛି।

କାବୁଲରୁ ଏବେ ସମସ୍ତ ଆମେରିକୀୟ ସୈନିକମାନେ ସମ୍ପୂର୍ଣ୍ଣ ଭାବରେ ଫେରିନାହାନ୍ତି। ମୋଟ ୫୨୦୦ ସୈନିକ ଏବେବି ତୃଣମୂଳ ସ୍ତରରେ କାମ କରୁଛନ୍ତି। ସେମାନଙ୍କ ଉପସ୍ଥିତିରେ ତାଲିବାନକୁ କୌଣସି ପ୍ରକାରର ଅସୁବିଧା ହେଉନାହିଁ।