୭ ରକ୍ତ ନମୁନା ମଧ୍ୟରୁ ୭ ନେଗେଟିଭ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ‘କରୋନା’ ଭାଇରସ୍ ସଂକ୍ରମଣ ନେଇ ରାଜ୍ୟରେ ଏକ ଭୟାଭୟ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ‘କରୋନା’ ଭାଇରସ ସଂକ୍ରମଣକୁ କୌଣସି ଭୟ ନାହିଁ। ତଥାପି ରାଜ୍ୟ ସରକାର ଭାଇରସ୍ ସମ୍ପର୍କରେ ସମାନ୍ୟତମ ଅଭିଯୋଗ କି ସନ୍ଦେହ ସୃଷ୍ଟି ହେଲେ ରୋଗୀଙ୍କୁ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରୁଛନ୍ତି। ମୋଟ୍ ୭ଜଣ ସନ୍ଦିଗ୍ଧଙ୍କ ରକ୍ତ ନମୁନାରୁ ୭ଜଣଙ୍କ ନେଗେଟିଭ୍ ଆସିଛି। ୩ଜଣ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରୋଗୀଙ୍କ ଜଣଙ୍କୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ୪୩ ଜଣଙ୍କୁ ଅଣ୍ଡର ଅବ୍ଜର୍ବେସନରେ ରଖାଯାଇଛି।

ଆଉ ୪୦ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ନଜର ଭିତରେ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସ୍ଥିତିରେ ଓଡ଼ିଶାକୁ ‘କରୋନା’ ଭାଇରସର ସଂକ୍ରମଣର କୌଣସି ଭୟ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ‘କରୋନା’ ଭାଇରସର ପୂର୍ବ ମୁକାବିଲା ଓ ସଂକ୍ରମଣ ରୋକିବା ଲାଗି ଦିନରାତି ଏକ କରିଦେଇଛନ୍ତି।

ନିୟମିତ ଭାବେ ବିମାନବନ୍ଦର ଓ ପୋର୍ଟ ଉପରେ ତିକ୍ଷ୍ନ ନଜର ରଖିଛନ୍ତି। ଚାଇନା ଓ ଏସୀୟ ମହାଦେଶରୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ଓ ନାଗରିକଙ୍କୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ବିମାନବନ୍ଦର ଓ ପୋର୍ଟରେ ସ୍ୱାସ୍ଥ୍ୟ ଅଧିକାରୀ ଥର୍ମାଲ ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।