ଯେତେବେଳେ ଆମେ ପ୍ରୋଟିନ୍ କଥା ହୋଇଥାଉ ସେତେବେଳେ ସାଧାରଣତଃ ଚିକେନ, ମାଛ, ଟୋଫୁ, ୟୋଗର୍ଟ, ବିନ୍ସ, ଅଣ୍ଡା, କ୍ଷୀର, ନଟସ୍, ଲହୁଣୀ ଭଳି ଜିନିଷ କଥା ମନକୁ ଆସିଥାଏ। ପ୍ରୋଟିନର ଏହି ତାଲିକାରେ ଲୋକେ ଫଳକୁ ଗଣିନଥାନ୍ତି କାରଣ ଫଳ ପ୍ରୋଟିନର ମୁଖ୍ୟ ସ୍ରୋତ ହୋଇନଥାଏ। ବହୁତ କମ୍ ଲୋକ ଜାଣନ୍ତି ଯେ କିଛି ଖାସ୍ ଫଳରେ ମଧ୍ୟ ଅଳ୍ପ ମାତ୍ରାରେ ପ୍ରୋଟିନ୍ ମିଳିଥାଏ। ଆସନ୍ତୁ ଜାଣିବା ଏହି ୮ଟି ଫଳ ବିଷୟରେ
୧. ପିଜୁଳି : ଅଧ କପ୍ ପିଜୁଳିରେ ୨.୧୧ଗ୍ରାମ୍ ପ୍ରୋଟିନ୍ ଥାଏ। ପିଜୁଳିରେ ଅନେକ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଅଧିକ ପ୍ରୋଟିନ୍ ପାଇଁ ଆପଣ ପ୍ରୋଟିନ୍ ପାଉଡର, ୟୋଗର୍ଟ କିମ୍ବା ଚିଜ ସହ ପିଜୁଳିର ସ୍ମୁଦି କରି ମଧ୍ୟ ନେଇ ପାରିବେ।
୨. ଏଭୋକାଡୋ : ଏଭୋକାଡୋକୁ ସୁପର ଫୁଡ ମଧ୍ୟ କୁହାଯାଇଥାଏ। ଏକ କପ୍ କଟା ଏଭୋକାଡୋରେ ୩ ଗ୍ରାମ୍ ପ୍ରୋଟିନ୍ ଥାଏ। ଏଭୋକାଡୋର ଏତିକି ହିଁ ମାତ୍ରାରେ ୧୦ଗ୍ରାମ୍ ଫାଇବର ମଧ୍ୟ ଥାଏ।