ରାଜଧାନୀରେ ୬୯ ନୂଆ କରୋନା ପଜିଟିଭ ଚିହ୍ନଟ : ୭୪ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ୬୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬ଜଣ ଓ ସ୍ଥାନୀୟ ସଂକ୍ରମଣ ୫୩ଜଣ ରହିଛନ୍ତି। ଅନ୍ୟପଟେ ୭୪ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୯୬୫ ଜଣ ହୋଇଥିବାବେଳେ ୨୯ ହଜାର ୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୮୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୫୫ ଜଣ ଚିକିତ୍ସିତ ହେଉଛନ୍ତି।