ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା, ରାଜ୍ୟରେ ୬୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ କିଛି ଦିନ ହେଲା ହ୍ରାସ ପାଇବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟାରେ ଲାଗିପାରୁନି ବ୍ରେକ। ଗତ ୨୪ ଘଣ୍ଟାରେ ଆଉ ୬୯ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୬୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ କଟକରୁ ୨୫, ଜଗତସିଂହପୁରରୁ ୨୧, ଢେଙ୍କାନାଳରୁ ୯ ଜଣ ରହିଛନ୍ତି। ସେହିପରି ବାଲେଶ୍ୱର ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ ରହିଥିବା ବେଳେ ପୁରୀ ଓ ଅନୁଗୁଳରୁ ୨ ଜଣ ଲେଖାଏଁ ରହିଛନ୍ତି। ଭଦ୍ରକ, କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।