କରୋନାରେ ଆଖି ବୁଜିଲେ ଆଉ ୬୭

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୬୭ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୪,୯୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୨୧, ଗଞ୍ଜାମରୁ ୮, ସୁନ୍ଦରଗଡ଼ରୁ ୭, ମୟୁରଭଞ୍ଜ ଓ ପୁରୀରୁ ୬ ଲେଖାଏଁ, ଖୋର୍ଦ୍ଧା ଓ ବରଗଡ଼ରୁ ୪ ଲେଖାଏଁ, ନୟାଗଡ଼ରୁ ୩, ଅନୁଗୁଳ, ବୌଦ୍ଧ, ଗଜପତି, ଭଦ୍ରକ, ଜଗତସିଂପୁର, ଯାଜପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ମୃତକ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।