ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା, ୧୦୬ ପୌରାଞ୍ଚଳରେ ୬୫ ପ୍ରତିଶତ ମତଦାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୌର ନିର୍ବାଚନ ଭୋଟ ନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ୧୦୬ ପୌରାଞ୍ଚଳରେ ୬୫ ପ୍ରତିଶତ ମତଦାନ ହୋଇଛି। ଭୁବନେଶ୍ୱର ମହାନଗରରେ ୬୫ ପ୍ରତିଶଥ ମତଦନା ହୋଇଛି। ସେହିପରି କଟକ ମହାନଗରରେ ୬୫ ପ୍ରତିଶତ ଓ ବ୍ରହ୍ମପୁରରେ ୪୭ ପ୍ରତିଶତ ମତଦାନ ହୋଇଛି।

ସେପଟେ ଉମରକୋଟ ୱାର୍ଡ ନମ୍ବର ୮ରେ ଅଧ୍ୟକ୍ଷ ଭୋଟ ବନ୍ଦ ରହିଛି। ଏହାସହିତ ଭଦ୍ରକ ଓ ଧାମନଗରରେ ମଧ୍ୟ ରି-ପୋଲ କରାଯିବ। ଏନେି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଅପରାହ୍ନ ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ ସୂଚନା ମିଳିଛି। ସକାଳ ୮ଟା ରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି।

ତେବେ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ସେତେଟା ହିଂସା ଦେଖିବାକୁ ମିଳିନାହିଁ। ଯାହାକୁ ନେଇ ଶାନ୍ତି ଶୃଙ୍ଖଳାରେ ମତଦାନ ଜାରି ରହିଛି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ସେହିପରି ଅପରାହ୍ନ ୩ଟା ସୁଦ୍ଧା ପୁରା ରାଜ୍ୟରେ ମତଦାନ ହାର ରହିଛି ୪୫ ପ୍ରତିଶତ। ପୌର ଭୋଟ୍‌ରେ ଅପେକ୍ଷାକୃତ ଭାବରେ କମ୍ ଭୋଟର ମତଦାନ ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳୁଛି।