ରାଜ୍ୟରେ ପୁଣି ୬୪୩ କରୋନା ରୋଗୀ ସୁସ୍ଥ: ଗଞ୍ଜାମରୁ ସର୍ବାଧିକ ୪୦୩

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୬୪୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪୦୭ ଜଣ ରହିଛନ୍ତି। ଏଥିସହିତ ମୋଟ ସୁସ୍ଥସଂଖ୍ୟା ୧୪ ହଜାର ୩୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୬୪୩ଜଣଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪୦୭ଜଣ ରହିଥିବାବେଳେ ଖୋର୍ଦ୍ଧାରୁ ୪୪, ବାଲେଶ୍ୱରରୁ ୩୧, ମୟୁରଭଞ୍ଜରୁ ୨୮, କଟକରୁ ୨୭, ଜଗତସିଂହପୁରରୁ ୧୫, ବରଗଡ଼ ଓ କନ୍ଧମାଳରୁ ୧୪ ଲେଖାଏଁ, ଢେଙ୍କାନାଳ ଓ କେଉଁଝର ଜିଲ୍ଲାରୁ ୧୧ ଲେଖାଏଁ ରହିଛନ୍ତି। ସେହିପରି ଭଦ୍ରକରୁ ୮, ଗଜପତିରୁ ୬, ବଲାଙ୍ଗିିର ଓ ଝାରସୁଗୁଡ଼ାରୁ ୫ ଲେଖାଏଁ, ଯାଜପୁର ଓ ସୁନ୍ଦରଗଡ଼ରୁ ୪ ଲେଖାଏଁ, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୩ ଲେଖାଏଁ, ସମ୍ବଲପୁରରୁ ୨ ଓ ଅନୁଗୁଳରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୯୯କୁ ବୃଦ୍ଧି ପାଇଥିବାବେଳେ ୧୪ ହଜାର ୩୯୨ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୧୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୬,୫୪୩ଜଣ ଚିକିତ୍ସିତ ହେଉଛନ୍ତି।