ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୬୪

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୬,୫୬୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୨, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରୁ ୮ ଲେଖାଏଁ, ବାଲେଶ୍ୱରରୁ ୭, କନ୍ଧମାଳରୁ ୪, ମୟୁରଭଞ୍ଜ, ନୟାଗଡ଼, ପୁରୀ, କଟକ ଓ ଯାଜପୁରରୁ ୩ ଲେଖାଏଁ, ଦେଓଗଡ଼, ଝାରସୁଗୁଡ଼ା ଓ ଅନୁଗୁଳରୁ ୨ ଲେଖାଏଁ, ବଲାଙ୍ଗିର, ଜଗତସିଂହପୁର, ସମ୍ବଲପୁର, ଢେଙ୍କାନାଳ ଓ ଗଞ୍ଜାମରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।