ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଏକ ସ୍କୁଲରୁ ୬୦ ଜଣ ଛାତ୍ରୀ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଶ୍ରୀ ଚୈତନ୍ୟ ଗାର୍ଲ୍ସ ରେସିଡେନସିଆଲ ସ୍କୁଲର ଜଣେ ଛାତ୍ରୀ ଠାରେ ଭୀଷଣ ଜର ସହିତ ବାନ୍ତିର ଲକ୍ଷଣ ଦେଖା ଦେଇଥିଲା। ଏନେଇ ଛାତ୍ରୀର କରୋନା ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଥିଲା। ପରେ ସ୍କୁଲର ଅନ୍ୟ ଛାତ୍ରୀମାନଙ୍କର ମଧ୍ୟ କରୋନ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୬୦ ଜଣ ଛାତ୍ରୀ କୋଭିଡ ପଜିଟିଭ ଥିବା ଜଣାପଡ଼ିଛି।
ଏହି ୬୦ ସଂକ୍ରମିତଙ୍କ ମଧ୍ୟରେ ୧୪ ଜଣ ତାମିଲନାଡୁରୁ ଥିବା ବେଳେ ଅନ୍ୟ ୪୬ ଜଣ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରୁ ରହିଛନ୍ତି। ସେହିପରି ଯେଉଁ ଛାତ୍ରୀମାନେ ଅଧିକ ଗୁରୁତର ଅଛନ୍ତି ସେମାନଙ୍କୁ ଲେଡି କର୍ଜନ ଓ ବାରିଙ୍ଗ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ପୁଣି ୭ ଦିନ ପରେ ନେଗେଟିଭ ଚିହ୍ନଟ ହୋଇଥିବା ଛାତ୍ରୀଙ୍କ କରୋନା ପରୀକ୍ଷା କରାଯିବ ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି। ଏହି କୋଭିଡ ପରୀକ୍ଷା ପାଇଁ ୧୦୫ଟି ରାପିଡ ଆଣ୍ଟିଜେନ ଟେଷ୍ଟ କିଟ୍ ଓ ୪୨୪ଟି ଆରଟିପିସିଆର ଟେଷ୍ଟ ହୋଇଛି।