ରାଜଧାନୀରେ ୬ ଆକ୍ରାନ୍ତ: ୫ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆଜି ୬ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪ଜଣ ଓ ସ୍ଥାନୀୟ ସଂକ୍ରମଣ ୨ଜଣ ରହିଛନ୍ତି। କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷ୍ମୀସାଗରରୁ ୨, ରସୁଲଗଡ଼ ଓ ଚନ୍ଦ୍ରଶେଖରପୁରରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ଆଇଆରସି ଭିଲେଜ ଓ ୟୁନିଟ-୪ରୁ ଜଣେ ଲେଖାଏଁ ରହିଛନ୍ତି। ଅନ୍ୟପଟେ ୫ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ହଜାର ୩୩ ହୋଇଥିବାବେଳେ ୩୧ହଜାର ୬୮୦ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୪୯ଜଣଙ୍କର ମୃତ୍ୟୁ ଘଟିଛି ଓ ୮୩ଜଣ ଚିକିତ୍ସିତ ହେଉଛନ୍ତି।