ଓଡ଼ିଶାରେ ବିଜେପିର ୬ଟି କାର୍ଯ୍ୟାଳୟ ଉଦଘାଟିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ବିଜେପିର ୬ଟି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଉଦଘାଟିତ କରିଛନ୍ତି। ଏହି ଅବସରରେ କାର୍ଯ୍ୟାଳୟକୁ ନଡ୍ଡା ‘ସଂସ୍କାରସ୍ଥଳ’ କହିଛନ୍ତି। ଏଥିସହିତ କାର୍ଯ୍ୟାଳୟ କେବଳ ବସିବାର ସ୍ଥାନ ନୁହେଁ ଏଠାରୁ କର୍ମୀମାନେ ପ୍ରେରଣା ପାଇଥାନ୍ତି ବୋଲି ନଡ୍ଡା କହିଛନ୍ତି।