ଆତଙ୍କୀ ଆକ୍ରମଣରେ ୨ ପୁଲିସ ସମେତ ୬ ମୃତ

ଶ୍ରୀନଗର,ଏଜେନ୍ସି: ଜମ୍ମୁକାଶ୍ମୀରର ସୋପୋର ସହରରେ ଆତଙ୍କୀ ଆକ୍ରମଣରେ ୨ ପୁଲିସ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ପୁଲିସ ଆହତ ହୋଇଥିବା ସୂଚନା ମିଳିଛି। ସୋପୋର ସହରର ମୁଖ୍ୟ ଛକରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଆହତ ସମସ୍ତ ପୁଲିସଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି।