ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ୫୮ କୋଟି ଅତିକ୍ରମ କଲା ଟିକାକରଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୨ ଲକ୍ଷ ୨୩ ହଜାର ୬୧୨ ଟିକା ଦିଆଯାଇଛି। ମୋଟ ଏପର୍ଯ୍ୟନ୍ତ ଦେଶରେ ୫୮ କୋଟି ୧୪ ଲକ୍ଷ ୮୯ ହଜାର ୩୭୭ ଟିକାକରଣ କରାଯାଇଛି।
ଗତ ୨୪ ଘଣ୍ଟାରେ ୩୦ ହଜାର ୯୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୦୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ବର୍ତ୍ତମାନ ୩ ଲକ୍ଷ ୫୩ ହଜାର ୩୯୮ରେ ପହଞ୍ଚି ସାରିଛି। ଦେଶରେ ୧.୦୯ ପ୍ରତିଶତ ସକ୍ରିୟ ମାମଲା ରହିଛି। ଏହାସହ ସକ୍ରିୟ ମାମଲା ଦେଶରେ ୧.୯୫ ପ୍ରତିଶତ ହାର ରହିଛି। ୩୮ ହଜାର ୪୮୭ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ସୁସ୍ଥ ହାର ୯୭.୫୭ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ମାର୍ଚ୍ଚ ୨୦୨୦ ଠାରୁ ଅଧିକ ରହିଛି।
ପଜିଟିଭ ସଂଖ୍ୟା ୩ କୋଟି ୨୪ ଲକ୍ଷ ୨୪ ହଜାର ୨୩୪କୁ ବୃଦ୍ଧି ପାଇଥିବାବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୬ ହଜାର ୪୬୯ ରହିଛି। ଏବଂ ୪ ଲକ୍ଷ ୩୪ ହଜାର ୩୬୭ ଲୋକଙ୍କ ଜୀବନ ନେଇଛି ମହାମାରୀ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍) ଅନୁଯାୟୀ, ଅଗଷ୍ଟ ୨୧ ପର୍ଯ୍ୟନ୍ତ ୫୦ କୋଟି ୬୨ ଲକ୍ଷ ୫୬ ହଜାର ୨୩୯ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଶନିବାର ୧୫ ଲକ୍ଷ ୮୫ ହଜାର ୬୮୧ ନମୁନାକୁ ପରୀକ୍ଷା କରାଯାଇଛି। ଅଗଷ୍ଟ ୨୦ରେ, ସମଗ୍ର ଭାରତରେ ୧୭ ଲକ୍ଷ ୨୧ ହଜାର ୨୦୫ ନମୁନା ପରୀକ୍ଷା କରାଯାଇଛି।