ରାଜ୍ୟରେ ୫୫୩ କରୋନା ରୋଗୀ ସୁସ୍ଥ: ଖୋର୍ଦ୍ଧାରୁ ସର୍ବାଧିକ ୨୮୩

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୫୫୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୧୦ଲକ୍ଷ ୨୮ହଜାର ୨୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୮୩, ଷ୍ଟେଟପୋଲରୁ ୬୮, କଟକରୁ ୬୪, ମୟୁରଭଞ୍ଜରୁ ୨୧, ସମ୍ବଲପୁରରୁ ୧୪, ଯାଜପୁରରୁ ୧୩, ଜଗତସିଂହପୁରରୁ ୧୨, ପୁରୀରୁ ୧୧, ସୁନ୍ଦରଗଡ଼ରୁ ୧୦, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ନୂଆପଡ଼ାରୁ ୯ ଲେଖାଏଁ, ଭଦ୍ରକରୁ ୮, ଢେଙ୍କାନାଳରୁ ୬, କୋରାପୁଟରୁ ୫, ଅନୁଗୁଳ ଓ ଝାରସୁଗୁଡ଼ାରୁ ୩ ଲେଖାଏଁ, ଗଞ୍ଜାମରୁ ୨, ବଲାଙ୍ଗିର, ଦେଓଗଡ଼ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୦ହଜାର ୫୯୫ ହୋଇଥିବାବେଳେ ୧୦ଲକ୍ଷ ୨୮ହଜାର ୨୦୭ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୩୨୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୪ହଜାର ୧୦ଜଣ ଚିକିତ୍ସିତ ହେଉଛନ୍ତି।