ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜଧାନୀରେ ଆଉ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୧୮୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୨୩ ଜଣ ସୁସ୍ଥ ହୋଇଥିବା ବେଳେ ୬୪୬ ଜଣ ସକ୍ରିୟ ଅଛନ୍ତି। ସେହିପରି ଆଜି ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଓ ୧୮ ଜଣ ଲୋକଲର ବୋଲି ଜଣାପଡ଼ିଛି। ଅନ୍ୟପଟେ ରାଜଧାନୀର ୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା କଛିମ ଗତିରେ ଚାଲୁଥିବାରୁ ସାଧାରଣରେ ଆତଙ୍କ ଦେଖାଦେଇଛି।
ଲୋକାଲ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ଚନ୍ଦ୍ରଶେଖରପୁର ଅଞ୍ଚଳର ଥିବା ବେଳେ ନୟାପଲ୍ଲୀ, ଡୁମଡୁମା, ବଡ଼ଗଡ଼, ରସୁଲଗଡ଼, ଡେଲଟା ସ୍କୋୟାର ୟୁନିଟ-୮, ଆଇଅରସି ଭିଲେଜ, ଶୈଳଶ୍ରୀ ବିହାର, ସାମନ୍ତରାପୁର, ଜାଗମରା, ଅଶୋକନଗର, ହଳଦିପଡ଼ା ବସ୍ତି, ଘଟିକିଆ, ରବିଟକିଜ ଓ ଚିନ୍ତାମଣିଶ୍ୱର ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଜଣେ ଘରୋଇ ହସ୍ପିଟାଲର ଛାତ୍ରୀ ମଧ୍ୟ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି।