୫୧ ହଜାର ଯୁବକଙ୍କୁ ମିଳିଲା ସରକାରୀ ଚାକିରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୧ ହଜାର ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ଯୁବକଙ୍କୁ ଭିନ୍ନ ଭିନ୍ନ ବିଭାଗରେ ସରକାରୀ ଚାକିରି ଦିଆଯାଇଛି । ନୂଆଦିଲ୍ଲୀର ରାୟସୀନା ରୋଡସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ସାମିଲ ହୋଇଥିଲେ ।

ରୋଜଗାର ମେଳା ଆଜି ୪୬ ସ୍ଥାନରେ ଆୟୋଜିତ ହୋଇଛି । କେନ୍ଦ୍ର ସରକାରଙ୍କ ଭର୍ତ୍ତି ବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ଭର୍ତ୍ତି କରାଯାଇଛି ।

ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯୁବକମାନେ କଠିନ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି । ଏହି ସଫଳତାର ବେଶ୍ ମହତ୍ତ୍ୱ ରହିଛି । ଏଥର ନବନିଯୁକ୍ତିରେ ମହିଳାଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି ଯାହାକି ନାରୀ ସଶକ୍ତିକରଣର ଉଦାହରଣ । ଭାରତର ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ଏବଂ ଆଗକୁ ଯୁବକଙ୍କ ଲାଗି ଆହୁରି ଅନେକ ଅବସର ସୃଷ୍ଟି ହେବ ।