ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କଟକଣା ମଧ୍ୟରେ ରଥଯାତ୍ରା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅନ୍ୟ ଜିଲ୍ଲାର ପୁଲିସ ଅଧିକାରୀ ଅଫିସିଆଲ କାର୍ଯ୍ୟ ଦର୍ଶାଇ ପୁରୀକୁ ଯାଇପାରିବେ ନାହିଁ ବୋଲି ଆଜି ଡିଜିପି ଅଭୟ ନୋଟିସ ଜାରି କରିଛନ୍ତି। ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ନଯିବା ପାଇଁ କଟକଣା ଲଗାଯାଇଛି। ତେବେ ପୁରୀରେ ଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ଗାଇଡଲାଇନ୍ ଜାରି କରାଯାଇଛି। ଆବଶ୍ୟକ ପଡ଼ିଲେ ରାଜ୍ୟ ମୁଖ୍ୟାଳୟରୁ ଅନୁମତି ନେଇ ପୁରୀ ଯିବାକୁ କୁହାଯାଇଛି।
ସୂଚନା ଅନୁସାରେ ପୂର୍ବରୁ ଜଣେ ଯାଜପୁରର ପୁଲିସ ଅଧିକାରୀ ଲକଡାଉନ ସମୟରେ ପୁରୀ ଯାଇ ଶ୍ରୀମନ୍ଦିର ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା।