୨୦୨୫ ପୂର୍ବରୁ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ୫୦ ପ୍ରତିଶତରୁ କମିବ- କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ସଡ଼କ ସୁରକ୍ଷା ମହୋତ୍ସବକୁ ଉଦଘାଟନ କରି ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଯଦି ଦେଖାଯାଏ ତେବେ ୨୦୩୦ ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣାରେ ୬-୭ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତେ। କିନ୍ତୁ ଆମେ ପ୍ରତିଶ୍ରୁତି ନେଇଛୁ ଯେ ୨୦୨୫ ପୂର୍ବରୁ ସଡ଼କ ଦୁର୍ଘଟଣା ଏବଂ ସେଥିରେ ଘଟୁଥିବା ମୃତ୍ୟୁକୁ ୫୦ ପ୍ରତିଶତରୁ କମ୍ କରାଇବୁ। ତେବେ ଲୋକଙ୍କ ସାହାୟତାରେ ଏହା ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି।