ମେଟ୍ରୋର ଗୋଟିଏ କୋଚରେ ୫୦ ଲୋକଙ୍କୁ ଅନୁମତି

  • ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ (ଡିଏମ୍ଆରସି)ର ସ୍ୱତନ୍ତ୍ର ନିର୍ଦ୍ଦେଶ। ଗୋଟିଏ କୋଚ୍ରେ କେବଳ ୫୦ ଜଣ ଯାତ୍ରୀଙ୍କୁ ମିଳିବ ଅନୁମତି ଏବଂ କୌଣସି ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ। ଡିଏମ୍ଆରସି ସ୍ପଷ୍ଟ ରୂପେ କହିଛି କି, ଯଦିଓ କରୋନା ସଂକ୍ରମଣ ପୂର୍ବରୁ ମେଟ୍ରୋରେ ୩୦୦ ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ଥିଲା, ହେଲେ ଏବେ ଅନ୍ଲକ୍ର ନୂଆ ଗାଇଡ୍ଲାଇନ୍ ପରେ ମଧ୍ୟ ଗୋଟିଏ କୋଚ୍ରେ କେବଳ ୫୦ ଜଣ ଯାତ୍ରୀ ଯାତ୍ରା କରିପାରିବେ।
    ଡିଏମ୍ଆରସି ଲୋକଙ୍କୁ ଅନୁରୋଧ କରି କହିଛି ଯେ, ଅତ୍ୟନ୍ତ ଜରୁରୀ ହେଲେ ହିଁ ମେଟ୍ରୋରେ ଯାତ୍ରା କରନ୍ତୁ। ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି (ଡିଡିଏମ୍ଏ) ଶନିବାର ଏକ ନିର୍ଦ୍ଦେଶ ଜାରି କରିଥିଲା। ଦିଲ୍ଲୀ ମେଟ୍ରୋ ଓ ଡିଟିସିର ବସ୍ଗୁଡ଼ିକ ସୋମବାର ସକାଳ ୫ଟାରୁ ରାଜଧାନୀରେ ପୂରା କ୍ଷମତା ସହ ଚାଲିବ।