ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି କରୋନା ଯୋଗୁ ଆଉ ୫ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତକଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ୨, କଟକ, ଭୁବନେଶ୍ୱର ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।
ଆଜି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ପୁରୀରୁ ଜଣେ ୭୦ ବର୍ଷୀୟ ବୃଦ୍ଧ ରହିଛନ୍ତି। ସେ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପରି କଟକରୁ ଜଣେ ୪୬ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଭୁବନେଶ୍ୱରର ୫୬ ବର୍ଷୀୟ ଜଣେ ଆକ୍ରାନ୍ତ ମଧୁମେହରେ ଆକ୍ରାନ୍ତ ଥିଲେ। ଗଞ୍ଜାମରୁ ଜଣେ ୫୫ ଓ ଅନ୍ୟଜଣେ ୭୨ ବର୍ଷୀୟ ବୃଦ୍ଧ ରହିଛନ୍ତି ଯିଏକି ମଧୁମେହରେ ପୀଡ଼ିତ ଥିଲେ।
ଅନ୍ୟପଟେ କେନ୍ଦ୍ରାପଡ଼ାର ଜଣେ ୭୨ ବର୍ଷୀୟ କରୋନା ଆକ୍ରାନ୍ତ ମହିଳା ରହିଥିବା ବେଳେ ସେ ବ୍ରେନ ଟ୍ୟୁମରରେ ମୃତ୍ୟୁବରଣ କରିଛନ୍ତି। ସେ ମଧୁମେହ, ଉଚ୍ଚ ରକ୍ତଚାପ, ଶ୍ୱାସ ରୋଗରେ ପୀଡ଼ିତ ଥିଲେ।