ମାସକରେ ୫ ଲକ୍ଷ ଫ୍ରଣ୍ଟଲାଇନ ୱାର୍କର୍ସ ନେଲେଣି କରୋନା ଟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ମାସକ ମଧ୍ୟରେ ୫ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ ୱାର୍କର୍ସ କରୋନା ଟିକା ନେଇ ସାରିଲେଣି। ସେଥିରୁ ପ୍ରଥମ ଲକ୍ଷେ ୫ ଦିନରେ ପୂରଣ ହୋଇଥିବାବେଳେ ଦ୍ୱିତୀୟ ୬ ଦିନରେ, ତୃତୀୟ ୮ ଦିନରେ ,ଚତୁର୍ଥ ୫ ଦିନରେ ଓ ପଞ୍ଚମ ୫ ଦିନରେ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ଏହି ଲକ୍ଷ୍ୟକୁ ପୂରଣ କରିବାରେ ସହଯୋଗ କରିଥିବା ସମସ୍ତ ଫ୍ରଣ୍ଟଲାଇ ୱାର୍କର୍ସଙ୍କୁ ଅଭିନନ୍ଦନ ଜଣାଯାଇଛି।