୨୪ ଘଣ୍ଟାରେ ୬୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୬୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୮ଜଣ ଓ ସ୍ଥାନୀୟ ସଂକ୍ରମଣ ୨୭ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ ହଜାର ୫୭୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୪, ଖୋର୍ଦ୍ଧାରୁ ୭, ଅନୁଗୁଳ ଓ ଝାରସୁଗୁଡ଼ାରୁ ୫ ଲେଖାଏଁ, ଭଦ୍ରକ ଓ କଟକରୁ ୪ ଲେଖାଏଁ, ବାଲେଶ୍ୱର, ଯାଜପୁର, କୋରାପୁଟ, ମୟୁରଭଞ୍ଜ ଓ ନୂଆପଡ଼ାରୁ ୩ ଲେଖାଏଁ, ବରଗଡ଼, ସମ୍ବଲପୁର ଓ କଳାହାଣ୍ଡିରୁ ୨ ଲେଖାଏଁ, ପୁରୀ ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୧ଲକ୍ଷ ୪୭ହଜାର ୫୮ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୬ ହଜାର ୫୭୮ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୩ହଜାର ୯୮୦ଜଣ ସୁସ୍ଥ ହୋଇଛନ୍ତି, ୧୯୧୪ଜଣଙ୍କର ମୃତ୍ୟୁ ଘଟିଛି ଓ ୬୩୧ ଜଣ ଚିକିତ୍ସିତ ହେଉଛନ୍ତି।