ଟିଏମସି କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ୫ ବିଜେପି କର୍ମୀ ଗିରଫ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ବିଧାନସଭା ଆସନ ପାଇଁ ନିର୍ବାଚନ ଚାଲୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ହିଂସା ଦେଖିବାକୁ ମିଳୁଛି। ରାଜ୍ୟର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ବିଜେପି କର୍ମୀମାନେ ଟିଏମସି ସମର୍ଥକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୫ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି।

ଶନିବାର ମେମାରୀ ପୁଲିସ ଷ୍ଟେସନ ଅଞ୍ଚଳ ନିକଟସ୍ଥ ନୌହାଟି ଗ୍ରାମରେ ବିଜେପି ପ୍ରାର୍ଥୀ ଭିଶାମଦେବ ଭଟ୍ଟାଚାର୍ଯ୍ୟ ନିର୍ବାଚନୀ ପ୍ରଚାର ସମୟରେ ଏହି ଘଟଣା ଘଟିଥିଲା। ତେବେ କୌଣସି କଥାକୁ ନେଇ ଟିଏମସି ଓ ବିଜେପି କର୍ମୀଙ୍କ ବିରୋଧରେ ବଚସା ହୋଇଥିଲା। ପରେ ଉକ୍ତ ଅଞ୍ଚଳରେ ଥିବା ଟିଏମସି କାର୍ଯ୍ୟାଳୟକୁ ଅଭିଯୁକ୍ତମାନେ ଭାଙ୍ଗିଥିବା ବେଳେ କିଛି ଘରୁ ସୁନା ଅଳଙ୍କାର, ୨ ଲକ୍ଷ ଟଙ୍କା, ୨ଟି କାର ଓ ୪ଟି ବାଇକ ଲୁଟ ହୋଇଥିବା ପୁଲିସ ସୂଚନା ଦେଇଛି।

ଟିଏମସି କାର୍ଯ୍ୟାଳୟ ସମେତ ଅନେକ ଘରକୁ ଭଙ୍ଗାରୁଜା କରିବା ଓ ଲୁଟ ଯୋଗୁଁ ପୁଲିସ ୫ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଥିବା କହିଛି। ଉଭୟ ଦଳ ମଧ୍ୟରେ ବଚସା ପରେ ଏହି ଘଟଣା ଘଟିଥିବା ପୁଲିସ କହିଛି।