ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୪୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୪ଜଣ କ୍ୱାରେଣ୍ଟାଇନ ଓ ୧୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିସହିତ ୫୩ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଘରୋଇ ମେଡିକାଲ କଲେଜର ୩ଜଣ କର୍ମଚାରୀ, ନିର୍ମାଣ ସଂସ୍ଥାର ଜଣେ କର୍ମଚାରୀ, ମଞ୍ଚେଶ୍ୱରରୁ ୫, ନୟାପଲ୍ଲୀରୁ ୪, ଭରତପୁର, ଜାଗମରା, କେଦାର ଗୌରୀ ଛକ, ଖାରବେଳ ନଗର, ୟୁନିଟ-୫, ପୁରୁଣା ଭୁବନେଶ୍ୱରର ବାରିକ ସାହି, ଝାରପଡ଼ା ହନୁମାନ ମନ୍ଦିର ନିକଟରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ବରମୁଣ୍ଡା, ରସୁଲଗଡ଼, ସୁନ୍ଦରପଦା, ଚନ୍ଦ୍ରଶେଖରପୁର ବିଡିଏ କଲୋନୀ, ଗଙ୍ଗନଗର, ଭିମପୁର, ନୟାପଲ୍ଲୀ ସିତାପୁର ବସ୍ତି, ବରମୁଣ୍ଡା ବିଡିଏ କଲୋନୀ, ସତ୍ୟ ନଗର, ମୈତ୍ରୀ ବିହାର, କଳିଙ୍ଗ ନଗର ଓ ଅନ୍ୟ ଜିଲ୍ଲାର ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି।
