କରୋନାରେ ଆଖି ବୁଜିଲେ ଆଉ ୪୭

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି କରୋନା ଯୋଗୁ ଆଉ ୪୭ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୩,୮୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ ବରଗଡ଼, ନୟାଗଡ଼, କଟକ ଓ ଭୁବନେଶ୍ୱରରୁ ୫ ଲେଖାଏଁ, ଖୋର୍ଦ୍ଧାରୁ ୪, ଗଞ୍ଜାମ, ପୁରୀ ଓ ସୁନ୍ଦରଗଡ଼ରୁ ୩ ଲେଖାଏଁ, ଅନୁଗୁଳ, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୨ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ, ଗଜପତି, ନୂଆପଡ଼ା, ଜଗତସିଂହପୁର, କଳାହାଣ୍ଡି, ଝାରସୁଗୁଡ଼ା ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ, ଉଚ୍ଚ ରକ୍ତଚାପ ଓ ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ ଥିଲେ।