ଦିନକରେ ୩,୫୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୩,୫୫୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୦୨୮ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୫୨୬ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୯୭ହଜାର ୬୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୫୧, କଟକରୁ ୫୦୧, ବାଲେଶ୍ୱରରୁ ୨୭୧, ଯାଜପୁରରୁ ୨୫୬, ପୁରୀରୁ ୨୩୩, ମୟୁରଭଞ୍ଜରୁ ୧୯୬, ଭଦ୍ରକରୁ ୧୫୮, ଜଗତସିଂହପୁରରୁ ୧୪୫, ଅନୁଗୁଳରୁ ୧୩୩, କେନ୍ଦ୍ରାପଡ଼ାରୁ ୧୧୯, ନୟାଗଡ଼ ଓ ଷ୍ଟେଟପୋଲରୁ ୧୦୦ ଲେଖାଏଁ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୭୧, କୋରାପୁଟରୁ ୬୯, କେଉଁଝରରୁ ୬୫, ମାଲକାନଗିରି ଓ ରାୟଗଡ଼ାରୁ ୬୧ ଲେଖାଏଁ, ଢେଙ୍କାନାଳରୁ ୫୬, କନ୍ଧମାଳରୁ ୩୮, ବୌଦ୍ଧରୁ ୩୩, ବରଗଡ଼ ଓ ବଲାଙ୍ଗିରରୁ ୩୧ ଲେଖାଏଁ, ସୋନପୁରରୁ ୨୯, ଗଜପତିରୁ ୨୪, ଗଞ୍ଜାମରୁ ଓ ନବରଙ୍ଗପୁରରୁ ୨୨ ଲେଖାଏଁ, କଳାହାଣ୍ଡି ୨୧, ନୂଆପଡ଼ାରୁ ୨୦, ସମ୍ବଲପୁରରୁ ୧୮, ଝାରସୁଗୁଡ଼ାରୁ ୧୧ ଓ ଦେଓଗଡ଼ ଜିଲ୍ଲାରୁ ୮ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୯୭ହଜାର ୬୨ ହୋଇଥିବାବେଳେ ୮ଲକ୍ଷ ୬୦ହଜାର ୧୪୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୮୪୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୩ହଜାର ୧୯ଜଣ ଚିକିତ୍ସିତ ହେଉଛନ୍ତି।