୪୪ଟି ବ୍ରିଜର ଉଦଘାଟନ କଲେ ରାଜନାଥ ସିଂ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ୪୪ଟି ବ୍ରିଜର ଉଦଘାଟନ କରିଛନ୍ତି। ଏହି ବ୍ରିଜ ଗୁଡ଼ିକ ବର୍ଡର ରୋଡ ଅର୍ଗାନାଇଜେସନ ପକ୍ଷରୁ ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି କି ଚାଇନା ଭାରତ ସହିତ ସୀମାକୁ ନେଇ ଏପରି ବିବାଦ ସୃଷ୍ଟି କରୁଛି ଯେପରି ଏହା ତାର ମିଶନର ଏକ ଅଂଶ। ଏଥିସହିତ କହିଛନ୍ତି ଯେ ଭାରତ କେବଳ ସୀମାନ୍ତ ଅଞ୍ଚଳରେ ଅସୁବିଧାର ସମ୍ମୁଖୀନ ହେଉନାହିଁ ବରଂ ସେଠାରେ ଅନେକ ବିକାଶ ମୁଳକ କାର୍ଯ୍ୟ କରୁଛି।  ଆପଣମାନେ ଯାଣନ୍ତି କି ଉତ୍ତର ଓ ପୂର୍ବ ସୀମାବର୍ତ୍ତୀ ଅଞ୍ଚଳରେ ବର୍ତ୍ତମାନ ସ୍ଥିତି ସମ୍ପର୍କରେ। ପ୍ରଥମେ ସୀମାକୁ ନେଇ ପାକିସ୍ତାନ ସହିତ ବିବାଦ ଲାଗିରହିଥିବା ବେଳେ ବର୍ତ୍ତମାନ ଚାଇନା ମଧ୍ୟ ବିବାଦ ସୃଷ୍ଟି କରୁଛି। ଏହି ଦେଶଗୁଡ଼ିକ ସହିତ ଆମର ୭୦୦୦ କିଲୋମିଟର ସୀମା ରହିଛି ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।

ଏହି କାରଣରୁ ଭାରତ ଓ ଚାଇନାର ସେନା ପୂର୍ବ ଲଦାଖରେ ୫ ମାସ ହେବ ବାନ୍ଧି ହୋଇ ରହିଛନ୍ତି। ଏହି ମଧ୍ୟରେ ଉଭୟଙ୍କ ପକ୍ଷରେ କୂଟନୈତିକ ଓ ସାମରିକ କଥାବାର୍ତ୍ତା ହୋଇସାରିଥିଲେ ମଧ୍ୟ ସମାଧାନର ବାଟ ଫିଟୁନାହିଁ।

ଏଥିସହିତ ଶ୍ରୀ ସିଂ କହିଛନ୍ତି ଯେ, ଏହି କଷ୍ଟକର ସମୟରେ ଭାରତ କୋଭିଡ-୧୯ ଏବଂ ପାକିସ୍ତାନ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ସଙ୍କଟର ସାମ୍ନା କରୁଛି ତାହା ନୁହେଁ, ବରଂ ସୀମାବର୍ତ୍ତୀ ଅଞ୍ଚଳରେ ଅନେକ ଐତିହାସିକ ପରିବର୍ତ୍ତନ ହୋଇଛି। ଉଦଘାଟନ ହୋଇଥିବା ବ୍ରିଜର ଋଣକୌଶଳ କ୍ଷ୍ରେତ ଗୁଡ଼ିକ ହେଉଛି ଲଦାଖ, ଅରୁଣାଚଳ ପ୍ରଦେଶ, ସିକିମ, ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ଜାମ୍ମୁ-କାଶ୍ମୀର। ତେବେ ଏହି ବ୍ରିଜ ଦ୍ୱାରା ସୈନ୍ୟଙ୍କ ସ୍ଥାନାନ୍ତରଣ ସହଜ ହେବ ବୋଲି କୁହାଯାଇଛି।

ଏହି ମଧ୍ୟରେ ଜାମ୍ମୁ-କାଶ୍ମୀର ଅଞ୍ଚଳରେ ୧୦ଟି ବ୍ରିଜ, ଲଦାଖ ଉତ୍ତରାଖଣ୍ଡ ଓ ଅରୁଣାଚଳରେ ୮ ଲେଖାଏଁଟି ବ୍ରିଜ, ପଞ୍ଜାବ ଓ ସିକିମରେ ୪ଟି ଲେଖାଏଁ ଏବଂ ହିମାଞ୍ଚଳ ପ୍ରଦେଶରେ ୨ଟି ବ୍ରିଜ ଉଦଘାଟନ ହୋଇଛି।