ଗତ ୨୪ ଘଣ୍ଟା ମଧ୍ୟରେ ୪୩,୦୮୨ ଜଣ ନୂତନ କରୋନା ରୋଗୀ ଚିହ୍ନଟ, ୪୯୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଜାରି ରହିଛି ମହାମାରୀ କରୋନା ଆତଙ୍କ। ଆଜି ଦେଶରେ ୯୩ ଲକ୍ଷ ଟପିଛି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ୪୩,୦୮୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ପଜିଟିଭ କେସ ୯୩ ଲକ୍ଷ ୯ ହଜାର ୭୮୮କୁ ବୃଦ୍ଧି ପାଇଛି।

ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ମୃତ୍ୟୁସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ମହାମାରୀରେ ମୃତ୍ୟୁବରଣ କରିଛନ୍ତି ଆଉ ୪୯୨ ଆକ୍ରାନ୍ତ। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୫ ହଜାର ୭୧୫ ଛୁଇଁଛି। ସେହିପରି ଦେଶରେ ଆଜି ସୁଦ୍ଧା ୮୭,୧୮,୫୧୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ସେଥିରୁ ଗତ ୨୪ ଘଣ୍ଟାରେ ୩୯,୩୭୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବର୍ତ୍ତମାନ ୪,୫୫,୫୫୫ ଜଣ କରୋନା ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।