ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୪,୨୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୫୦୩ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୭୩୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୮୪ ହଜାର ୧୨୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୫୨, କଟକରୁ ୫୯୫, ଝାରସୁଗୁଡ଼ାରୁ ୨୦୫, ଜଗତସିଂହପୁରରୁ ୧୭୬, ମୟୁରଭଞ୍ଜରୁ ୧୭୧, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରୁ ୧୫୫, କନ୍ଧମାଳରୁ ୧୫୩ ଓ ଅନୁଗୁଳ ଜିଲ୍ଲାରୁ ୧୩୦ ଜଣ ରହିଛନ୍ତି।
ଅନ୍ୟପଟେ କରୋନା ଯୋଗୁ ୯ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ୨, ବାଲେଶ୍ୱର, ଜଗତସିଂହପୁର, ଖୋର୍ଦ୍ଧା, କନ୍ଧମାଳ, ମୟୁରଭଞ୍ଜ, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତକଙ୍କ ସଂଖ୍ୟା ୭୧୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୮ଲକ୍ଷ ୧୪ହଜାର ୭୩୪ କରୋନା ଟେଷ୍ଟ ହୋଇଥିବାବେଳେ ୧ଲକ୍ଷ ୭୫ ହଜାର ୫୫୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୧ଲକ୍ଷ ୮୪ ହଜାର ୧୨୨ ଜଣ ସୁସ୍ଥ ହୋଇଛନ୍ତି ଓ ୭୧୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୭ ହଜାର ୬୮୪ ଜଣ ଚିକିତ୍ସିତ ହେଉଛନ୍ତି।