ବିଶାଖାପାଟନମର ଏକ କମ୍ପାନୀରୁ ବିଶାକ୍ତ ଗ୍ୟାସ ଲିକ୍ ହୋଇ ୫ ମୃତ, ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ବିଶାଖାପାଟନମ,ଏଜେନ୍ସି: ଆନ୍ଧ୍ର ବିଶାଖାପାଟନମର ଆରଆର ଭେଙ୍କଟାପୁରମ ଅଞ୍ଚରେ ଥିବା ଏକ ଏଲଜି ପଲିମରସ କମ୍ପାନୀରୁ ବିଶାକ୍ତ ଗ୍ୟାସ ନିର୍ଗତ ପାଖାପାଖି ୫ଟି ଗାଁର ୨୦୦ରୁ ଅଧିକ ଲୋକ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଲଜି ପଲିମରସ କମ୍ପାନୀରେ ଆଜି ଏହି ବିଶାକ୍ତ ଗ୍ୟାସ ଲିକ୍ ହୋଇ ଏଭଳି ଘଟଣା ଘଟିଛି।
